dcsimg

Jungle Babbler (ଗୋବରା ଓ ସାତଭଉଣୀ) 003

Image of Biota

Description:

ଅଳ୍ପ ଘଞ୍ଚ ଜଙ୍ଗଲ ମାନଙ୍କରେ ଏବଂ ବେଳେ ବେଳେ ବଗିଚାମାନଙ୍କରେ ଏମାନଙ୍କୁ ଦଳରେ ବୁଲୁଥିବାର ଦେଖାଯାଏ୤ ଏମାନେ ଏକ ସ୍ବତନ୍ତ୍ର ପ୍ରକାରର ଚୁ ଚୁ ଶବ୍ଦ କରିଥାନ୍ତି୤ ଏବଂ ଡାଳରୁ ଡାଳକୁ ଡେଇଁ ଡେଈଁ ବୁଲନ୍ତି୤ ତଳେ ପଡ଼ିଥିବା ଖାଦ୍ୟଶସ୍ୟ, କୀଟ ଆଦିକୁ ଖାଆନ୍ତି୤ ଏହି ପକ୍ଷୀମାନେ ପ୍ରାୟତଃ ଛଅରୁ ଦଶ ସଂଖ୍ୟାରେ ଦଳବଦ୍ଧଭାବରେ ବୁଲି ବୁଲି ଖାଦ୍ୟ ଅନ୍ବେଷଣ କରୁଥିବାରୁ ଏମାନଙ୍କୁ ସାତଭଉଣୀ ପକ୍ଷୀ ବୋଲି ମଧ୍ୟ କୁହାଯାଏ୤ ଏହି ପକ୍ଷୀ ଭାରତୀୟ ଉପଦ୍ବୀପର ଅଧିକାଂଶ ଅଞ୍ଚଳରେ ଦେଖାଯାଆନ୍ତି୤ ବେଳେ ବେଳେ ଏହି ପକ୍ଷୀ ସହରାଞ୍ଚଳ ମଧ୍ୟରେ ଥିବା ବଡ଼ ବଗିଚାମାନଙ୍କରେ ବିଚରଣ କରୁଥିବା ଦେଖାଯାଏ୤ ଏହି ପ୍ରଜାତିର ପକ୍ଷୀମାନଙ୍କର ଡେଣା ବହୁତ ଛୋଟ ହୋଇଥିବାରୁ ଏମାନେ ଅଧିକ ଦୂର ପର୍ଯ୍ୟନ୍ତ ଉଡ଼ି ଯାଇ ପାରନ୍ତି ନାହିଁ୤ ପୁରୁଷ ଓ ମାଇ ପକ୍ଷୀ ଏକାପ୍ରକାର ଦେଖାଯାଆନ୍ତି୤ ଏହି ପକ୍ଷୀମାନେ ହାଲକା ଧୁସର ରଙ୍ଗର ହୋଇଥିବା ବେଳେ ଏମାନଙ୍କ ଥଣ୍ଟ ଛୋଟ ଏବଂ ଇଷତ ହଳଦିଆ ରଙ୍ଗର ହୋଇଥାଏ୤ ପେଟ ଭାଗର ରଙ୍ଗ ଅଧିକ ଗହିରିଆ ହୋଇଥିବା ବେଳେ ବେକ ଓ ଛାତି ଭାଗରେ ଛଉଛଉଆ ଦାଗ ବି ଦେଖା ଯାଇଥାଏ୤ ଏହି ପକ୍ଷୀମାନଙ୍କ ଦଳ ଯେଉଁସ୍ଥାନରେ ଥାଏ ସେଠାରେ ଏମାନେ ବହୁତ ଶବ୍ଦ କରିଥାନ୍ତି ଏବଂ ଜନବସତି ଅଞ୍ଚଳରେ ନିର୍ଭୟରେ ବିଚରଣ କରିଥାନ୍ତି୤ ଏମାନଙ୍କ ଦେହର ରଙ୍ଗପାଇଁ ଏମାନଙ୍କୁ ଗୋବରା ପକ୍ଷୀ ବୋଲି କୁହାଯାଏ୤

Source Information

license
cc-by-sa-3.0
copyright
Aahwaan (page does not exist)
original
original media file
visit source
partner site
Wikimedia Commons
ID
f1e0176fede6dc7d59618c08fabe0e4f